Saturday 8 June 2013

ALL INDIA POSTAL EXTRA DEPARTMENTAL        EMPLOYEES UNION ODISHA CIRCLE BRANCH 


ତା୨୫.୫.୨୦୧୩ରିଖ ଶନିବାର ସମ୍ବଲପୁର ସ୍ଥିତ ଦଲାଇ ପଡା କଲ୍ୟାଣ ମଣ୍ଡପରେ ଅଖିଳ ଭାରତ ଅତିରିକ୍ତ ବିଭାଗ ଡାକ କର୍ମଚାରୀ ସଂଘ (AIPEDEU) ଓଡିଶା ସର୍କଲର କାର୍ଯ୍ୟକାରିଣୀ ବୈଠକରେ ସଂଘ ପରିଷଦ ନେଇଥିବା ଅନୁସିଦ୍ଧାନ୍ତର ବିବରଣୀ|
        --------------------------------------------------------------
ଶୋକ ପ୍ରସ୍ତାବ- କାର୍ଯ୍ୟକାରିଣୀ ବୈଠକ ସକାଳ ୯ ଘଟିକା ୩୦ ମିନିଟରେ ଆରମ୍ଭ ହୋଇ ଥିଲା |ସର୍ବ ପ୍ରଥମେ ବିଗତ ବୌଦ୍ଧ,ଅଗ୍ରବାଲା କାର୍ଯକାରିଣୀ ବୈଠକ ଠାରୁ ଏ ପର୍ଯ୍ୟନ୍ତ ଆମ ଗହଣରେ କାର୍ଯ୍ୟରତ ଅତିରିକ୍ତ କର୍ମଚାରୀ ଓ ବିଭାଗୀୟ କର୍ମଚାରୀ ତଥା ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପୋଲିସ ଓ ନିରୀହ ଜନସାଧାରଣ ଦେଶ ପାଇଁ ଶହୀଦ ହୋଇ ଥିବା ଯବାନ,ଦେଶ ପାଇଁ ବଳିଦାନ ଦେଇଥିବା ମହାନ ଜନ ନାୟକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା|
ବୌଦ୍ଧ କାର୍ଯ୍ୟ କାରିଣୀ ବୈଠକର ପ୍ରସ୍ତାବ ବୌଦ୍ଧ କାର୍ଯ୍ୟକାରିଣୀ ବୈଠକରେ କିଛି ଗୁରୁତ୍ବପୂର୍ଣ ପ୍ରସ୍ତାବ ଗ୍ରହଣ କରା ଯାଇ ଥିଲା |କିନ୍ତୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ|ଗୃହରେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବୌଦ୍ଧ କାର୍ଯ୍ୟ କାରିଣୀ ବୈଠକରେ ଯେଉଁ ସବୁ ବିଷୟବସ୍ତୁ  ଉପରେ ସମ୍ପାଦକଙ୍କୁ ଦାଇତ୍ବ ଦିଆଯାଇଥିଲା ସେ ଗୁଡିକ ନୂତନ ସମ୍ପାକଙ୍କୁ ସଂଘ ପରିଷଦ ଦାୟୀତ୍ବ ଅର୍ପଣ କରିଥିଲେ|
ସର୍କଲ ସମ୍ପାଦକଙ୍କର ପଦରୁ ତ୍ୟାଗପତ୍ର ସର୍କଲ ସମ୍ପାଦକ ସାଥୀ ତ୍ରିଲୋଚନ ପଣ୍ଡା ତାଙ୍କର ଶାରିରୀକ ଅସୁସ୍ଥତା ହେତୁ ସମ୍ପାଦକ ପଦବୀରୁ ତ୍ୟାଗପତ୍ର ପ୍ରଦାନ କରିଛନ୍ତି|ଏଥି ପାଇଁ ଗୃହରେ ଉପସ୍ଥିତ ସମସ୍ତ ସଭ୍ୟ ଏହି  ଆଲୋଚନାରେ ଭାଗନେଇ ପ୍ରଥମେ ତାଙ୍କର ସମ୍ପୂର୍ଣ ମାନଶିକ ଓ ଶାରିରୀକ ସୁସ୍ଥତା କାମନା କରି ତାଙ୍କର ଇସ୍ତଫାକୁ ଅନୁମୋଦନ କରିଥିଲେ|
ନୂତନ ସମ୍ପାଦକ ଚୟନ ଗୃହରେ ଆଗାମୀ ଦିନ ପାଇଁ ନୂତନ ସମ୍ପାଦକଙ୍କ ଚୟନ ଉଦ୍ଦେଶ୍ୟରେ ସଭାପତି ପ୍ରସ୍ତାବ ରଖିଥିଲେ|ଉପସ୍ଥିତ ସଭ୍ୟ ପୁଙ୍ଖାନୁ ପୁଙ୍ଖ ଆଲୋଚନାକରି ସର୍ବସମ୍ମତିକ୍ରମେ ସାଥୀ ଦେବାଶିଷ ଦେ (GDS BPM,RP LINE ,BALASORE) ଙ୍କୁ ନୂତନ ସର୍କଲ ସମ୍ପାଦକ ରୂପେ ନିର୍ବାଚିତ କରିଛନ୍ତି|
ଖାଲି ରହିଥିବା ଅନ୍ୟ ତିନିଗୋଟି ପଦବୀ- ସାଥୀ ଭାସ୍କର ବେହେରାGDS MD,Antara A/W-Balipatna, Khurdaସାଥୀ କୃଷ୍ଣ ଚନ୍ଦ୍ର ପ୍ରଧାନ GDS BPM,Arakhapadar A/W-harabhanga Phulbani ଏବଂ ସାଥୀ ସତ୍ୟ ନାରାୟଣ ଦାସ GDS BPM, Lxmanpur,Phulbaniଙ୍କୁ ଯଥାକ୍ରମେ Organizing Secy no-1,Vice President no-3 and Organizing Secy no-4 ପାଇଁ ଦାୟୀତ୍ବ ଅର୍ପଣ କରାଯାଇଛି|
ସାଙ୍ଗଠନିକ ଅମରାବତୀ ଘଟଣା ଠାରୁ ଏ ଯାବତ ଓଡିଶାରେ ଆମ ସଂଗଠନ କେତୋଟି ମଣ୍ଡଳର ଆନ୍ତରିକ ସହଯୋଗରେ ଆଗେଇ ଯାଉଥିବା ସ୍ଥଳେ ଅନ୍ୟ ମଣ୍ଡଳ ମାନେ ଚୁପ ରହିଯାଉଛନ୍ତି|ମାତ୍ର କାଁ ଭାଁ ମଣ୍ଡଳର କର୍ମକର୍ତ୍ତା ମାନେ କୁଚକ୍ରୀ ଗୋଷ୍ଠୀର ଶିକାର ହୋଇ କିଛିଟା ବାଧକ ହୋଇ ସଂଘର ଦୁର୍ବଳତାର ସୁଯୋଗ ନେଉଛନ୍ତି, ଆଉ ସେମାନଙ୍କ ଅହଂ ଭାବ ଯୋଗୁଁ ଅକାରଣରେ ସଂଘରେ ବିବାଦ ଲାଗି ରହୁଛି ବୋଲି ସଭା ଗୃହରେ ଆଲୋଚନା କରାଯାଇ ତାର ନିରାକରଣ କରାଯିବାପାଇଁ ଆଲୋଚନା କରା ଯାଇଥିଲା|ବିନା ସ୍ବୀକୃତିରେ ଆରମ୍ଭ କରାଯାଉଥିବା ଛୋଟ ଛୋଟ ସଂଗଠନ ସୃଷ୍ଟିକରି  ଆମଭଳି ମହାସଂଘରେ ଅସ୍ଥିରତା ସୃଷ୍ଟି କରୁଥିବା ସଭ୍ୟ ମାନଙ୍କୁ  ବୁଝା ସୁଝା କରିବାର କର୍ମପନ୍ଥା ଗ୍ରହଣକରାଯିବାର ନିଷ୍ପତ୍ତି କରାଗଲା|ଆମ କର୍ମୀ ମାନଙ୍କୁ ଅନ୍ୟ ସଙ୍ଘୀୟ କର୍ମୀଙ୍କ ଅକାରଣରେ ଧମକ ଚମକରେ ଡରି ନ ଯିବାକୁ,ତଥା ନିଜ ସଂଘ ବିରୁଦ୍ଧାଚରଣ କରୁଥିବା ପତ୍ର ପତ୍ରିକା ନ ପଢିବା ଓ ନିଜ ସଂଘର ନେତୃତ୍ବ ବିରୁଦ୍ଧରେ ଦୁଃଷ୍ପ୍ରଚାରକୁ ନ ଶୁଣି ଏକମାତ୍ର ସ୍ବୀକୃତି ପ୍ରାପ୍ତ ସଂଗଠନକୁ ଆଗ ବଞ୍ଚାଇବା ଆମର ପ୍ରଧାନ ଲକ୍ଷ ହେବା ଉଚିତ ବୋଲି ସମସ୍ତେ କରତାଳି ଦେଇ ସମର୍ଥନ କରି ଥିଲେ| ଏହିଆଲୋଚନାର ସୁଫଳ ହିସାବରେ ସର୍ବ ସମ୍ମତି କ୍ରମେ ଏକ ପାଞ୍ଚ ଜଣିଆ କମିଟିର ପ୍ରସ୍ତାବ ଗୃହରେ ଅନୁମୋଦିତ ହୋଇ ସାଂଗଠନିକ ଦୃଢତା ପାଇଁ ଲଢୁଆ      ସାଥୀ ବିପ୍ର୍ ବନ୍ଧୁ ଡିଲା,ସାଥୀ ଭାଷ୍କର ବେହେରା,ସାଥୀ କୃଷ୍ଣଚନ୍ଦ୍ର ପ୍ରଧାନ,ସାଥୀ ସତ୍ୟ ନାରାୟଣ ଦାସ,ସାଥୀ ରମେଶ ଚନ୍ଦ୍ର ମହାକୁଡ ପ୍ରମୁଖଙ୍କୁ ନିଯୁକ୍ତି କରାଯାଇଅଛି|ଏହି ସାଥୀମାନେ ନିଜ ମଣ୍ଡଳ ବୁଝିବା ସହିତ ଯେଉଁ ମଣ୍ଡଳରେ ସାଙ୍ଗଠନିକ ଦୁର୍ବଳତା ରହିଛି,କିମ୍ବା ଆଦୌ ନାହିଁ ,ସେଠାରେ ତୁରନ୍ତ କମିଟୀ ଗଠନ କରି ସମ୍ପାଦକଙ୍କୁ ବିବରଣୀ ପ୍ରଦାନ କରିବାକୁ ଅଙ୍ଗୀକାରବଦ୍ଧ ହୋଇଥିଲେ|
ସଂଘର ଆର୍ଥିକ ସମସ୍ୟା ଆର୍ଥିକ ସମସ୍ୟା ଉପରେ ଆଲୋକପାତ ପୂର୍ବକ ଆଲୋଚନାରେ ଗୃହ ଏହି ନିଷ୍ପତ୍ତି ଗ୍ରହଣ କଲା କି,  ଯେଉଁ ମଣ୍ଡଳରେ ଚାନ୍ଦା ଦରମା ବିଲରୁ କଟା ଯାଉଛି,ସେମାନେ ଯଥା ସିଘ୍ର ସର୍କଲ କୋଟା ପୂରଣ କରିବେ| ଆଉ ଯେଉଁ ମଣ୍ଡଳରେ ଦରମା ବିଲରୁ କଟା ନ ଯାଉଛି,ସେମାନଙ୍କ ପାଖରୁ ରସିଦ ବହିରେ ଚାନ୍ଦା ଗୃହୀତ କରା ଯିବାପାଇଁ ସର୍କଲ କୋଷାଦ୍ଧକ୍ଷଙ୍କ ତଦାରଖରେ ହେଉ ବୋଲି ଗୃହ ନିଷ୍ପତ୍ତି କଲା|
ଆର୍ଥିକ ସମସ୍ୟାର ଆଉ ଗୋଟିଏ ବିନ୍ଦୁ ହେଲା ନିୟମିତ ସଂଘ ଚାନ୍ଦା ସଭ୍ୟ ମାନଙ୍କ ଦରମା ବିଲରୁ ଡିସ୍ ବାର୍ସିଙ୍ଗ୍ ଅଥରିଟି ଦ୍ବାରା ସଂଗୃହୀତ ନ ହେବା|ଆମେ ଏ ଆଇ ପିଇ ଡି ଇ ଇଉ ଏକ ମାନ୍ୟତା ପ୍ରାପ୍ତ ସଂଘ ହୋଇଥିବା ଯୋଗୁଁ ଆମ ସଭ୍ୟ ଚାନ୍ଦା ଦରମା ବିଲରୁ କଟାଯିବାର ବ୍ୟବସ୍ଥା ଅଛି, ତାକୁ କାର୍ଯ୍ୟକାରୀ କରା ଯିବାକୁ ସମସ୍ତ ମଣ୍ଡଳ ସମ୍ପାଦକ ମାନଙ୍କୁ ଅନୁରୋଧ କରା ଗଲା|
କର୍ମଚାରୀଙ୍କ ସମସ୍ୟା ସମସ୍ୟାର ମୂଖ୍ୟ ବିନ୍ଦୁ ଗୁଡିକ ହେଲା-
୧-ଗ୍ରାମୀଣ ଡାକ ସେବକ ମାନଙ୍କ ପାଇଁ ଲାଗୁ କରା ଯାଇ ଥିବା ଆର୍ଥିକ ଅନୁଦାନ ଗୁଡିକୁ ନ ଦେଇ ଟାଳ ଟୁଳ ନୀତି କରିବା|ଯେମିତି-(କ)କମ୍ବାଇଣ୍ଡ ଡିଉଟି ଆଲାଉନ୍ସ(ଖ)ଫିକ୍ସ୍ଡ ଷ୍ଟେସନାରୀ ଚାର୍ଯର ବର୍ଦ୍ଧିତ ହାର୫୦/-(ଗ)କେଶ କନ୍ଭେନ୍ସ ଆଲାଉନ୍ସ ମାସକୁ ୫୦/-ଦେବା(ଘ)ଆର ପି ଏଲ୍ ଆଇର କମିସନ ବହୁଦିନ ନ ଦେବା ଇତ୍ୟାଦି|(ଚ)ଅବସର ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଅବସର କାଳୀନ ବକେୟା ଅର୍ଥ ପ୍ରଦାନରେ ବିଳମ୍ବ କରିବା(ଛ)ପୋଷ୍ଟମେନ/ଗ୍ରୁପ ଡି କାମ କରିବା ପାଇଁ ବାହାରୁ ନିଆଯାଉଥିବା ଡେଲି   ୟେଜ ମାନଙ୍କୁ ଡାକ ନିର୍ଦ୍ଦେଶାଳୟର ନିୟମ ଅନୁସାରେ  ଦରମା ନଦେଇ ନିୟମ  ବହିର୍ଭୁତ ଟ୧୭୦/-ହାରରେ ଦେବା|
ତଥା ଏହି ଆର୍ଥିକସୁବିଧାର ଆଦେଶ ତାରିଖ ଠାରୁ ଅଦ୍ୟାବଧି ଏରିଅର ହିସାବରେ ପଇଠ କରା ଯିବା ପାଇଁ ପ୍ରଶାସନଙ୍କୁ ଅବଗତ କରାଯିବାକୁ ସମ୍ପାଦକ ଚେଷ୍ଟିତ ରହିବାକୁ ମତ ପୋଷଣ କରାଗଲା |
୨-ଓଡିଶାରେ ଖାଲି ପଦବୀ ପୂରଣ ନ କରି ମନ ଇଚ୍ଛା ଗ୍ରାମୀଣ ଡାକ ସେବକ ମାନଙ୍କୁ ଡିଉଟି ଏରେଞ୍ଜମେଣ୍ଟ କରି ଭୟଭୀତ କରି ରଖିବା|ଆଉ ଛୁଟି ଆବେଦନ କଲେ ସବ୍ଷ୍ଟିଚ୍ୟୁଟକୁ ଗ୍ରହଣ କରିବାରେ ଅସମ୍ମତି ଦେଖାଇବା ଆଦି|
୩- ସମସ୍ତ ବିଭାଗରେ କର୍ମଚାରୀ ମାନଙ୍କ ଦରମା କ୍ରମଶଃ ବର୍ଦ୍ଧିତ ହେଉଥିବା ସ୍ଥଳେ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କ ଦରମାକୁ କାର୍ଯର ପଏଣ୍ଟକୁ ମନଇଚ୍ଛା ଟ୨୦,୦୦୦ଙ୍କାର ଆଳରେ ଅମାନୁଶିକ ଭାବେ କାଟି ଦିଆ ଯାଉଛି|ଯାହାର ପଛରେ ଏହି ଡାକ କର୍ମଚାରୀର ନାମକରଣ ବଦଳରେ ଡାକସେବକ ର ବିଶେଷ କପଟତା ରହିଛି| ପ୍ରଶାସନ ଟାଇମ ବାଉଣ୍ଡେଡ କହି ୩ଘଣ୍ଟା, ୪ଘଣ୍ଟା, ୪ଘଣ୍ଟା ୪୫ମିନିଟ୍ ଇତ୍ୟାଦି ର ଦରମା ଦେଉଥିବା ସ୍ଥଳେ ପଏଣ୍ଟ ନାମ ନେଇ  କୌଣସି କର୍ମଚାରୀଙ୍କୁ ଗୁମରାହ କରିବା ତଥା  ଡାକ କର୍ମଚାରୀରୁ ଡାକ  ସେବକକୁ ପଦାବନତ କରାଇବା ଅମାନୁଶିକ କାର୍ଯ ବୋଲି ଗୃହରେ ନିନ୍ଦା କରାଯାଇଥିଲା|
୪-ଗ୍ରାମୀଣ ଡାକଘର ଗୁଡିକୁ ହତାଦର କଲାଭଳି ମେଲ ବେଗ,ଭଙ୍ଗା ଲେଟର ବାକ୍ସ ଓ ଷ୍ଟେସନାରୀ  ସାଙ୍ଗକୁ ଖୋଲାଯାଇଥିବା ଟାର୍ଗେଟ ଓରିଏଣ୍ଟେଡ ଏସ ବି ଏକାଉଣ୍ଟ ଗୁଡିକ ପାଇଁ ପାଶବହି ଓ ଲେଜର ଇତ୍ୟାଦି ର ଯୋଗାଣରେ ବିଳମ୍ବ ଇତ୍ୟାଦି କେତେକ ଘଟଣା ବି କର୍ମଚାରୀଙ୍କ ଆଗରେ ବିଶେଷ ଅସୁବିଧା|
ଏହି ସମସ୍ୟା ଗୁଡିକ ଉପରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଥିଲା| ସମସ୍ତ ସଭ୍ୟ ସମ୍ପାଦକଙ୍କୁ ଏହି ଗୁରୁ ଦାୟୀତ୍ବ ଦେଇ ଦୁଇ ମାସିକିଆ ବୈଠକରେ ଏହିସବୁକୁ ଉପସ୍ଥାପନ କରି ଆସୁ ସମାଧାନ କରିବେ|ଏଥିରେ ଉଚ୍ଚକର୍ତୃପକ୍ଷ ଟାଳ ଟୁଳ ଯଦି କରନ୍ତି, ତେବେ ସର୍କଲ ଅଫିସ ଆଗରେ ଏକ ବିକ୍ଷୋଭ କରିବା ପାଇଁ ନିଷ୍ପତ୍ତି ନିଆ ଗଲା| ପରିଶେଷରେ କୋରାପୁଟ କଳାହାଣ୍ଡି ସମ୍ବଲପୁର ବଲାଙ୍ଗିର୍ ସୁନ୍ଦର ଗଡ ଏବଂ ଏହାର ଆଖପାଖ ମଣ୍ଡଳର ଡାକ ସେବକ ମାନଙ୍କୁ ନେଇ ଏକ ସମାବେଶ କରିବା ପାଇଁ କାର୍ଯ୍ୟ କାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇ ଅଛି| ଏହି ସମାବେଶକୁ କିଭଳି ସରସ ସୁନ୍ଦର କରାଯିବ ସେଥିପାଇଁ କୋରାପୁଟର ସମ୍ପାଦକ, କଳାହାଣ୍ଡିର ସମ୍ପାଦକ ଓ ବଲାଙ୍ଗିର ର ସଭାପତି ଙ୍କୁ ଦାୟୀତ୍ବ ଅର୍ପଣ କରାଗଲା|
ଶେଷରେ ସଭାପତି  ସମସ୍ତ ସଦସ୍ୟଙ୍କର ନିରବଚ୍ଛିନ୍ନ ଧୈର୍ଯ୍ୟରେ ସୃଙ୍ଖଳାରେ ଗୃହରେ ଉପସ୍ଥିତ ରହି ସଭା କାର୍ଯରେ ସହଯୋଗ କରିଥିବାହେତୁ ସମସ୍ତଙ୍କୁ ଧନ୍ୟ ବାଦ ଦେଇ ଘ ୪.୩୦ମି.ରେ ସଭାର ସମାପ୍ତି ଘୋଷଣା କଲେ||ଇତି.

                                                                                                                                                                          
                                                                                                                                                                                                                                                                                                                                                                             
                                                                                                           ଦେବାଶିଷ ଦେ                  
                                                                                                          ସର୍କଲ ସମ୍ପାଦକ
   ଏ ଆଇ ପିଇ ଡି ଇ ଇଉ        ଶ୍ରମିକ ଏକତା
         ଜୀନ୍ଦାବାଦ୍                   ଜୀନ୍ଦାବାଦ୍                                                                              



No comments:

Post a Comment