Sunday 26 May 2013

               ଅତିରିକ୍ତ ଡାକ କର୍ମଚାରୀ ସଂଘ ଓଡିଶା ସର୍କଲ

                  ପ୍ରେସ୍ ବିଜ୍ଞପ୍ତି
               --------
ଅତିରିକ୍ତ ଡାକ କର୍ମଚାରୀ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ସମ୍ବଲପୁର ସ୍ଥିତ ଦଲାଇ ପଡା କଲ୍ୟାଣ ମଣ୍ଡପ ଠାରେ ତା୨୫-୫-୧୩ରିଖ ରେ
ସର୍କଲ୍ ସଭାପତି ସାଥୀ ପର୍ଶୁରାମ ଦାସଙ୍କ ସଭାପତିତ୍ବରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି|ଏହି ବୈଠକରେ ଡାକ ବିଭାଗରେ କାର୍ଯ୍ୟରତ ଓଡିଶାର ୧୪ରୁ ୧୫ ହଜାର ଗ୍ରାମୀଣ ଡାକ ସେବକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଇ ଥିଲା|ଯଥା(୧)-ରାଜ୍ୟରେ ଖାଲି ପଡିଥିବା ଗ୍ରାମୀଣ ଡାକ ସେବକ ମାନଙ୍କର ପଦବୀ ପୂରଣ କରି ଅହେତୁକ କାର୍ଯ ଭାର ବଣ୍ଟନକୁ ରୋକିବା,(୨)-ବଣ୍ଟିତ ଅଧିକ କାର୍ଯ କରାଇ ନେଇ ସେବକ ମାନଙ୍କୁ କମ୍ବାଇଣ୍ଡ୍ ଡିଉଟି ଆଲାଉନ୍ସ୍ ଦେବାରେ ଟାଳ ଟୁଳ ନୀତି ଦେଖାଇବା,(୩)-ଅବସର କାଳୀନ ଭତ୍ତା ତୁରନ୍ତ ପ୍ରଦାନ କରିବାରେ ଅବହେଳନା କରିବା,(୪)-ଅନୁକମ୍ପା ମୂଳକ ନିଯୁକ୍ତି ବ୍ୟବସ୍ଥାରେ ଉଦାସୀନତା ଦେଖାଇବା ଆଦି ସମସ୍ୟା ଉପରେ ଡାକ ବିଭାଗ ଗୁରୁତ୍ବ ନ ଦେଉ ଥିବାରୁ ଆଗାମୀ ଦିନରେ ଭୁବନେଶ୍ବର ସ୍ଥିତ ମହା ଡାକପାଳଙ୍କ କାର୍ଯ୍ୟାଳୟ ସ୍ମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇ ଅଛି|      
ସର୍କଲ ସମ୍ପାଦକ ସାଥି ତ୍ରିଲୋଚନ ପଣ୍ଡା ତାଙ୍କର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିକଟ ଅତୀତରେ ଇସ୍ତଫା ଦେଇଥିବା ହେତୁ ତାଙ୍କ ସ୍ଥାନରେ ସର୍ବ ସମ୍ମତି କ୍ରମେ ସାଥି ଦେବାଶିଷ ଦେ ଙ୍କୁ ସର୍କଲ ସମ୍ପାଦକ ରୁପେ ନିର୍ବାଚିତ କରାଯାଇଛି|ତା ଛଡା ଖାଲି ପଡି ଥିବା ତିନୋଟି କାର୍ଯ କାରିଣୀ ସଭ୍ୟ ପଦରେ ସାଥି ଭାସ୍କର ବେହେରା,ସାଥି କୃଷ୍ଣଚନ୍ଦ୍ର ପ୍ରଧାନ ଓ ସାଥି ସତ୍ୟାନନ୍ଦ ଦାସ ଙ୍କୁ ମନୋନୀତ କରା ଯାଇ ସଭାରେ ଅନୁମୋଦିତ ହୋଇଛି|

ଏହି ସଭାରେ ଓଡିଶାର ସମସ୍ତ ମଣ୍ଡଳର ସମ୍ପାଦକ ଓ ସର୍କଲ କାର୍ଯ୍ୟକାରିଣୀ ସଭ୍ୟମାନେ ଯୋଗ ଦେଇ ଥିଲେ|
                                                                                          President AIPEDEU                    

No comments:

Post a Comment