Friday 3 May 2013

BULLETIN


ପ୍ରିୟ ସାଥିଗଣ,
ଆପଣ ମାନଙ୍କୁ ହାର୍ଦିକ ଅଭିନନ୍ଦନ |
ଆପଣ ମାନଙ୍କ ପାଖକୁ ଆମେ ପହଞ୍ଚିଲା ପରେ ଆପଣ ମନଙ୍କ ଭଲ ପାଇବାର ଆବେଗ ଆମ ମାନଙ୍କୁ ଆପଣ ମାନଙ୍କ ପାଇଁ ଜୀବନ ଦେଇ କାମ କରିବାର ଉତ୍ସାହ ଅଧିକ ବଢାଇ ଦେଇଛି|କାଲି ଆପଣ ମାନଙ୍କୁ ମାନସିକ ସ୍ତରରେ ହତୋତ୍ସାହିତ କରି ରଖା ଯାଇ ଥିଲା ଯେ ଆମେ ହାତ ଟେକି ଦୟା କରି ଯାହା ଦେବୁ କେବଳ ତୁମର ତାହା ହିଁ ପ୍ରାପ୍ତି ହୋଇ ଥାଏ,ତୁମେ ନିଜେ କିଛି ଦାବି କରି ହାସଲ କରି ପାରିବ ନାହିଁ|ଆମେ ତୁମର ବଡ ଭାଇ, ଆମକୁ ନ ମାନି ସ୍ବୀକୃତି ପ୍ରାପ୍ତ ସ୍ବାଧିନ ସଂଗଠନ ନ ଛାଡିଲେ କିମ୍ବା ଆମର ଶରଣ ବାଲା ଏସୋସିଏଟିଭ୍ ମେମ୍ବର୍ ନହେଲେ ତୁମର ନେତା ତୁମକୁ କିଛି ବି ହାସଲ କରାଇ ଦେଇ ପାରିବେ ନାହିଁ|
ଆଜି ତାହା ମିଥ୍ୟା ପ୍ରମାଣିତ ଆପଣ ମାନେ ହିଁ କରାଇ ଦେଇଛନ୍ତି|ଆପଣ ମାନଙ୍କ ସଦିଚ୍ଛା ଆମକୁ କାମ କରିବାର ପ୍ରେରଣା ଦେଉ ତଥା ଆପଣ ମାନେ ରାକ୍ଷତ ତତ୍ବ ମାନଙ୍କୁ ଦେବ ତତ୍ବ ଦ୍ବାରା ପରାହତ କରି ବୁଝାଇ ଦିଅନ୍ତୁ ଯେ ପରର ବନେ ବନାୟେ ଘରକୁ ନ ଭାଙ୍ଗି ବରଂ ବାହାରୁ ନିଜ ପଡୋଶୀକୁ କର୍ତବ୍ୟ ଦେଖାଇଲା ଭଳି ସାଧୁ ମନୋବୃତ୍ତି ପୋଷଣ କରି ଯିଦ୍ ଖୋର୍ ମନୋବୃତ୍ତି ଛାଡି ଯଥା ସାଧ୍ୟ ସାହାଯ୍ୟ କରି ନିଜର ପରିବେଷକୁ ସୁସ୍ଥ ରଖିବାର ଗଉରବ ଅର୍ଜନ କରନ୍ତୁ|ଇଉନିଓନ କେବେ ବି ରାଜନୀତି ନୁହଁ,ଏହା ଏକ ସୁସ୍ଥ ବାତାବରଣ ଭିତରେ ସରକାର ଓ ଡାକ ବିଭାଗ ପ୍ରଦାନ୍ କରିଥିବା ସୁବିଧା କୁ କର୍ମଚାରୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଇ ନେବାର ବ୍ୟବସ୍ଥା ମାତ୍ର|ସେଥି ପାଇଁ ଏତେ ଟଣା ଓଟରା କରି ଯେଉଁମାନେ ପୁର୍ବରୁ ଥିବା ଉନିଓନରୁ ଅନ୍ୟ ଇଉନିଓନକୁ ଯିବା ପାଇଁ ଧମକ ଚମକ ଇଡି ମାନଙ୍କୁ ଦେଉଛନ୍ତି,ସେମାନେ କଅଣ ନିଜ ଉନିଓନର ହିତ ପାଇଁ ,ନା ପ୍ରୋମୋସନ୍ ପାଇବାପାଇଁ,ନା ନିଜର ଆତ୍ମ ବଢିମା ଦେଖାଇବା ପାଇଁ ପରଘର କଥାରେ ମୁଣ୍ଡ ଖେଳାଉଛନ୍ତି, ପଚାରନ୍ତୁ ସେମାନଙ୍କୁ|ସେମାନେ ଚିରଦିନ ଚାକିରିରେ ରହିଯିବେ ନା କଅଣ ବୋଲି ପଚାରନ୍ତୁ ସେମାନଙ୍କୁ| ଖଳ ଲଗାଇ ଦେଇ ଚାଲି ଯାଉଥିବା ମଣିଷଟିକୁ ପଚାରନ୍ତୁ କାଲି ତ ତୁମେ ଚାଲି ଯାଇଥିବ ବନ୍ଧୁ,ଯେଉଁ ମାନେ ଥିବେ, ତୁମର ଜଶ ଗାନ କେଉଁ ମନ୍ତ୍ରରେ କରିବେ |କଥାରେ ଅଛି ସବୁ ଦିନେ ନା ଦିନେ ଚାଲି ଯିବଆଉ ରହିବ ଖାଲି ସତ୍ୟ|ସତ୍ୟ ହେଲା ପର ଘରର କଥାରେ ମୁଣ୍ଡ ପୁରାଇବା ମହାପାପ|
୫ତାରିଖ ଏପ୍ରିଲ୍ ମାସ ଆମେ ଆମ ସୁପରିଣ୍ଟେଣ୍ଡେଣ୍ଟ ସାହେବଙ୍କ ସହ ଦିର୍ଘ ଦେଢ ଘଣ୍ଟା ଆଲୋଚନା କରି ଆମର ସମସ୍ୟା ସମ୍ପର୍କରେ ଜଣାଇ ଥିଲୁ| ସେ ମଧ୍ୟ ଆମକୁ ପ୍ରତିସୃତି ଦେଇଛନ୍ତି ଅମାଧାନ କରିବାପାଇଁ|ପୁଣି ଆସନ୍ତା ୧୪ ତାରିଖ ମଇ ମାସରେ ମାସିକ ମିଟିଂ ପାଇଁ ଡାକି ଛନ୍ତି|
ଆପଣ ମାନେ ନିଜ ନିଜର ଆସୁବିଧା କୁ ଆମ ଇଉନିଓନକୁ ଲିଖିତ ଜଣାନ୍ତୁ,ଆମେ ପ୍ରଶାସନ ପାଖରେ ଉପସ୍ଥାପନ କରିବୁ|ଇତି|
ଆପଣଙ୍କର ସାଥି,
ଦେବାଶିଷ ଦେ
(ଡିଭିଜନାଲ୍ ପ୍ରେସିଡେଣ୍ଟ)

No comments:

Post a Comment