Tuesday 7 May 2013


ସାଥିଗଣ!

ବିଗତ ତା୪-୫-୧୩ରିଖ ଠାରୁ ୬ତାରିଖ ୩ ଦିନ ଧରି କଲିକତାର ବେଲଘାଟା ଠାରେ କମ ଅଜୟ ଭୌମିକ୍ ମଞ୍ଚରେ  ମହାସମାରୋହରେ ୨୪ତମ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର କନ୍ଫଡେରେସନ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି|ସେଥିରେ ଆମ ଆଇପେଡୁର (ଇଡିୟୁନିଅନ୍ ର)ଡେଲିଗେଟ୍ ହିସାବରେ ମହାଦେବାୟାଜୀ ତିନି ଜଣ ସଦସ୍ୟ ପଠାଇ ଥିଲେ|ଆପଣ ମାନେ ଜାଣି ଖୁସି ହେବେ ଯେ ଓଡିଶା ସର୍କଲ୍ ରୁ ମୋତେ ମହାଦେବାୟାଜୀ ଉକ୍ତ ସମାରୋହରେ ଭାଗ ନେବାର ଗୌରବ ପ୍ରଦାନ କରାଇଛନ୍ତି|

ଉକ୍ତ ସମ୍ମିଳନୀରେ ଯାହା ସବୁ ଅନୁଭବ ହେଲା ତାହା ହେଲା ଏକ ଜ୍ବଳନ୍ତ ସ୍ପଷ୍ଟ ଚିତ୍ର ଏହି ବଡ ଭାଇ କହୁଥିବା ଆମ ଏନ୍ ଏଫ୍ ପି ଇ ଭାଇ ମାନଙ୍କର|
ସାଥିଗଣ,ଉକ୍ତ ସମ୍ମିଳନୀର ରିସେପ୍ସନ୍ କମିଟୀର ଚେୟାର୍ ମେନ୍ ଙ୍କ ସମ୍ବୋଧିତ ଏକ ଲିଖିତ ଅଭିଭାଷଣ ଅନୁଯାୟୀ କନ୍ ଫେଡେରେସନ୍ ହେଲା ବେସିକାଲି ଏକ ଟ୍ରେଡ୍ ୟୁନିଅନ୍ ମାନଙ୍କର ସଂଗଠନ|କିନ୍ତୁ ଏହି ତଥାକଥିତ ବଡଭାଇ ମାନେ ଉକ୍ତ ସମ୍ମିଳନୀରେ ଟ୍ରେଡ୍ ୟୁନିଅନ୍ ର ବହିର୍ଭୁତ ବ୍ୟକ୍ତିକୁ (ପାନ୍ଣ୍ଡୁ ରାଙ୍ଗାରାଓକୁ) ସେଠାରେ ପୃଷ୍ଠପୋଷକତା କରି ନିଜର (କମ୍. ରାଘବେନ୍ଦ୍ରଙ୍କ) ଉପାଧ୍ୟକ୍ଷତାର ଆଳରେ ଭାଷଣ ଦେବାକୁ ଷ୍ପର୍ଧା ପ୍ରଦାନ କଲେ|ଏହା ଏକ ନିୟମ ବହିର୍ଭୁତ କାମ କି ନୁହଁ, ଆପଣ ମାନେ ବିଚାର କରନ୍ତୁ|
କିନ୍ତୁ ଆମ ଲଢୁଆ ସାଥୀ ମହାଦେବାୟାଜୀ ଏହି ଅନ୍ୟାୟକୁ ବରଦାସ୍ତ ନକରି ମଞ୍ଚ ଉପରକୁ ଯାଇ ପ୍ରେସିଡେଣ୍ଟଙ୍କୁ ଜଣାଇ ସଭା ଗୃହରେ ଦୃଢ ପ୍ପ୍ରତିବାଦ କରି ସିଦ୍ଧ କରି ଦେଲେ ଯେ ଜି ଡି ଏସ୍ ମାନଙ୍କର ବି ନିର୍ଯାତନା ବିରୁଦ୍ଧରେ ଲଢିବାର ଶକ୍ତି ରହିଛି|ଇଡି ପ୍ରତି ହୋଇ ଆସୁଥିବା ଅନ୍ୟାୟର ଅନ୍ତିମ ଦିନ ଆଉ ବେଶି ଦୂର ନୁହଁ|

No comments:

Post a Comment