Tuesday 28 May 2013


              ଆନ୍ତରିକ ଭ୍ରାତୃତ୍ବର ଏକ ଆହ୍ବାନ

ମୋ ଓଡିଶା ସର୍କଲର ସମସ୍ତ ଡାକସେବକ ସାଥିଗଣ!
        ଆପଣ ମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ|ନିକଟ ଅତୀତରେ ଘଟି ଯାଇଥିବା ଘଟଣାବଳୀରୁ ଆମର ହୃଦବୋଧ ହୋଇ ସାରିଛି ଯେ ,ନିଜ କାମ ଆମେ ନିଜେ ନ ଶିଖି ପାରିଲେ ମାଗି ଅଣା ତୁଣ ଭଳି ନିଅଣ୍ଟ ହୋଇ ଥାଏ|ଉପର ଠାଉରିଆ ଯିଏ ଯେତେ କୁମ୍ଭୀର କାନ୍ଦଣା କାନ୍ଦିଲେ ବି ନିଜର କାମ ଭଳି ଅନ୍ୟ ଜଣେ କେବେ ବି କରିବାରେ ଯତ୍ନବାନ ହୋଇ ପାରିବେ ନାହିଁ| ମଣିଷର ପ୍ରକୃତି ହେଲା ବିନା ସ୍ବାର୍ଥରେ ସାହାଯ୍ୟ କମ୍ କରିବା|ଆଉ ପର ଘରେ ମୁଣ୍ଡ ଖେଳାଇ ଆନନ୍ଦ ନେବା,ନିଜ ଘର ପଛକେ ଭୁଷୁଡି ପଡୁ ହେଲା ଅନ୍ୟ ଏକ ଗୁଣ |ଏଣୁ ଆଉ ବୃଥା ମରିଚିକା ପଛରେ ନ ଧାଇଁ ଆସନ୍ତୁ ସମସ୍ତ ଗ୍ରାମୀଣ ଡାକ ସେବକ ଏକ ଓ ଅଭିନ୍ନ ବୋଧରେ ନିଜର ଘରକୁ ସଜାଡି ନେବା |କାଲି ଆମେ ନିଃସହାୟ ବୋଧ କରି ଯେଉଁ ଛଳନାର ଶିକାର ହୋଇଛୁ,ସେଥିରୁ ଆମକୁ ମୁକୁଳିବାକୁ ପଡିବ|ଆମେ ସବୁ ବେଳେ ସର୍ତ ମୂଳକ ସାହାଯ୍ୟ ପାଇଛୁ|ଆଜି ପଣ କରନ୍ତୁ,ଆମେ ନିଜ ପାଇଁ ନିଜେ କରିବୁ ,ଯଥା ସମ୍ଭବ,କିନ୍ତୁ କୌଣସି ସର୍ତ ମୁଳକ ମୁଣ୍ଡ ବିକିବୁ ନାହିଁ|ଯେଉଁ ଭାଇ ମାନେ ନିଜେ କିଛି କରି ପାରିବାର ସାମର୍ଥ୍ୟ ନ ରଖି ଥାନ୍ତି,ସେମାନେ ନିଜର ପଦବୀକୁ ଜାବୁଡି ଧରିବା ପାଇଁ ଯେ ଅନ୍ୟର ସାହାଯ୍ୟ ଲୋଡନ୍ତି,ତାର ଉଦାହରଣ ଇତିହାସର ମିର୍ ଜାଫର୍ କିମ୍ବଦନ୍ତୀରୁ ସ୍ପଷ୍ଟ ହୋଇ ଥାଏ,ତେଣୁ ସେହି ଭଳି ମିର୍ ଜାଫର୍ ମାନଙ୍କଠାରୁ ଦୂରତା ବଜାୟ ରଖନ୍ତୁ|ଦେଖିବେ ଆପଣ କେତେ ସୁ ର ଅଧିନରେ ରହି ସ୍ବାଧୀନତା ପାଇବେ|
ଆପଣମାନଙ୍କ ସହଯୋଗ ଓ ଆନ୍ତରିକତା ସହ କାମ କରିବାର କାମନା କରୁଛି|
ଆପଣଙ୍କର ପ୍ରିୟ ସାଥୀ,

ଦେବାଶିଷ ଦେ|  

No comments:

Post a Comment